ଆଲୋଚନା ସଭାରେ ମତ ଦେଲି :-)
2012/3/7 Swmbi Mwhatw <mwhatw(a)gmail.com>
ଉଇକିପିଡ଼ିଆରେ ନୂଆମାନେ ଅନେକ ସମୟରେ କେଉଁଠି
ସାହାଯ୍ୟ ପାଇଁ ପଚାରିବେ ତାହା
ଜାଣିବାରେ ଅସୁବିଧାରେ ପଡ଼ନ୍ତି । ତାହା ଛଡ଼ା, ଅନେକ ସମୟରେ ସେମାନଙ୍କ କାମ/ଅବଦାନକୁ
ଲୋକଲୋଚନକୁ ଆଣି ସେମାନଙ୍କ ପିଠି ଥାପୁଡ଼େଇଲେ ସେମାନଙ୍କର ମନବଳ ବଢ଼େ ଓ ସେମାନେ ଉଇକିରେ
ଅଧିକରୁ ଅଧିକ କାମ କରିବା ପାଇଁ ଆଗଭର ହୋଇଥାନ୍ତି । ଏଥି ସହିତ ଏଥିରେ ନୂଆ-ପୁରୁଖା
ସମ୍ପର୍କର ସେତୁଟିଏ ବି ଗଢ଼ି ଉଠେ ଓ ଭାବର ଆଦାନ ପ୍ରଦାନ ବି ଚାଲେ । ତେବେ ଏହି ନୂଆ
ବିଭାଗରେ ନୂଆମାନେ ପୁରୁଖାମାନଙ୍କୁ ଭଳିକିଭଳି ପ୍ରଶ୍ନ ପଚାରି ପାରିବେ । ସେହିପରି ଆଳାପ
ଆଲୋଚନା ମାଧ୍ୟମରେ ଏଠାରେ ପୁରୁଖାମାନେ ନୂଆମାନଙ୍କ ଅସୁବିଧାଗୁଡ଼ିକୁ ବୁଝି ସେସବୁର
ପ୍ରତିକାର ପାଇଁ ନୂଆ ନୂଆ ଯୋଜନା ହାତକୁ ନେବେ । ଫଳରେ ଉଇକିପିଡ଼ିଆର ପରିସର ଅଧିକରୁ ଅଧିକ
ଚଳଚଞ୍ଚଳ ହେବା ସାଙ୍ଗକୁ ନୂଆମାନଙ୍କୁ ଆହୁରି ଅଧିକ ସୁହାଇବ । ତେବେ ଓଡ଼ିଆ ଉଇକିପିଡ଼ିଆର
ଏହି ନିଆରା ବିଭାଗଟିର ନାଁ 'ଉଇକିପିଡ଼ିଆ:ଚାହାଳି' ରଖିବା ପାଇଁ ପ୍ରସ୍ତାବ ଦେଲୁ । କାରଣ
ଆଗକାଳରେ ଚାହାଳି ଥିଲା ଓଡ଼ିଶାର ସ୍କୁଲ । ଆଉ ଓଡ଼ିଆ ଶବ୍ଦ ଚାଟଶାଳିରୁ ଆସିଛି ଏହି
ଚାହାଳି ଶବ୍ଦଟି । ଚାହଳି ଯେମିତି ଚାଟମାନଙ୍କ ପାଇଁ ଭଳିକିଭଳି ନୂଆପୁରୁଣା କଥା ଶିଖିବାର
ଜାଗା ଥିଲା, ସେମିତି ଉଇକିପିଡ଼ିଆ ଚାହାଳି ଏଠାରେ କାମ କରୁଥିବା/ କରିବାକୁ ଚାହୁଁଥିବା
ନୂଆ ଉଇକିଆଳିମାନଙ୍କ ପାଇଁ ଶିଖିବାର ଭଲ ଜାଗାଟିଏ ପାଲଟିବ ।
ଏହା ଉଇକିପିଡ଼ିଆ:ଆଲୋଚନା ସଭାରୁ କିପରି ଅଲଗା ହେବ?
ଏଥିରେ କେବଳ ନୂଆ-ପୁରୁଖା ସମ୍ପର୍କ ଗଢ଼ି ଉଠିବା ସାଙ୍ଗକୁ ସେମାନଙ୍କ ଭିତରେ
ଆଲୋଚନା ବି ଚାଲିବ ଅସୁବିଧା ଓ ତାହାର ସୁଧାର ବାବଦରେ । ବାକି ଆଲୋଚନା ଯେତକ, ସେସବୁ
ଆଲୋଚନା ସଭାରେ ହିଁ ହେବ ।
ପ୍ରସ୍ତାବିତ ନାମ::
'ଚାହାଳି'
--
ସଁବି ମହାତ
_______________________________________________
Wikipedia-OR mailing list
Wikipedia-OR(a)lists.wikimedia.org
https://lists.wikimedia.org/mailman/listinfo/wikipedia-or
Thanks n Regards
Ansuman
*
ଓଡ଼ିଆ ଉଇକିପିଡ଼ିଆ
*
http://twitter.com/smileyansu
*
http://en.wikipedia.org/wiki/User:ansumang
*
*
_______________________________________________
*
*
Wikipedia Odia (Oriya) mailing list
wikipedia-or(a)lists.wikimedia.org
https://lists.wikimedia.org/mailman/listinfo/wikipedia-or
facebook.com/OdiaWiki
Tweet @OdiaWiki
*
_______________________________________________
Wikipedia-OR mailing list
Wikipedia-OR(a)lists.wikimedia.org
https://lists.wikimedia.org/mailman/listinfo/wikipedia-or