ଓଡ଼ିଆ ଉଇକିପିଡ଼ିଆ (ଭେଷଜ) କର୍ମଶାଳା – କଟକ –ମାର୍ଚ୍ଚ ୩୧ ବିବରଣୀ
କଟକର ଏସସିବି ଭେଷଜ ମହାବିଦ୍ୟାଳୟର ଦ୍ଵାରା ଏକ କର୍ମଶାଳା (outreach) ଅନୁଷ୍ଠିତ
ହେଇଯାଇଥିଲା । ଏହାର ମୁଖ୍ୟ ଲକ୍ଷ ଥିଲା ଉଇକି ଭେଷଜ ପ୍ରକଳ୍ପକୁ ପ୍ରୋସ୍ଚାହ ଦେବା ଏବଂ
କିଛି ନୂତନ ସଦସ୍ୟଙ୍କୁ ଓଡ଼ିଆ ଉଇକିପିଡ଼ିଆରେ ସାମିଲ କରିବା । ଏହି ଭେଷଜ ପ୍ରକଳ୍ପରେ ଆମେ
୭୦ରୁ ୮୦ଟି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପ୍ରସଙ୍ଗ ତିଆରି କରିବାକୁ ଚେଷ୍ଟା କରୁଛୁ । ଓଡ଼ିଆ
ଉଇକିଆଳି କମଳାକାନ୍ତ , ଶ୍ରୀକାନ୍ତ, ସୁଭ ଏବଂ ଜ୍ଞାନରଞ୍ଜନଙ୍କ ଦ୍ୱ୍ୟାର ଆୟୋଜିତ ଏହି
କର୍ମଶାଳାରେ ୨୧ ଜଣ ଡାକ୍ତରୀ ଛାତ୍ର ଯୋଗ ଦେଇଥିଲେ । ଜ୍ଞାନରଞ୍ଜନ ଉଇକିପିଡ଼ିଆର
ମୌଳିକତାର ବିସ୍ତୃତ ବିବରଣୀ ଦେଇଥିଲେ ।ଜଣେ ନୂତନ ଛାତ୍ରଙ୍କୁ ବ୍ୟବହାରକାରୀ ହେବାକୁ
ନିମନ୍ତ୍ରଣ କରାଗଲା । ଛତ୍ରମାନଙ୍କୁ କିପରି ସମ୍ପାଦନ କରାଯାଏ ତାହା ଦେଖାଇ ଦିଆଗଲା
।ସେମାନଙ୍କ ଭିତରୁ ୪ଜଣ ବ୍ୟବହାରକାରୀ ହୋଇଥିଲେ । ଶୁଭ ଉଇକିପ୍ରକଳ୍ପ ଭେଷଜ ଏବଂ ଏହାର
ଲକ୍ଷ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଯୋଗଦେଇଥିବା ଛାତ୍ରମାନଙ୍କର ପ୍ରସଙ୍ଗ
ଗୁଡିକର ପ୍ରାମାଣିକତା, ଆପେ ଆପେ ଅନୁବାଦ ଇତ୍ୟାଦି ଉପରେ ପ୍ରଶ୍ନ ପଚାରିଥିଲେ ।
ପ୍ରତିବନ୍ଧକ ଏବଂ ସମାଧାନ
କିଛି ଡାକ୍ତରୀ ଛାତ୍ର ଏହିପରି ପ୍ରଶ୍ନ ପଚାରିଥିଲେ, “ଓଡ଼ିଆ ଉଇକିପିଡ଼ିଆରେ ଲେଖିବା ଆମ
ଶିକ୍ଷାରେ କିପରି କାମରେ ଆସିବ?କିମ୍ବା ଉଇକିପିଡ଼ିଆରେ ଲେଖି ମୋର କଣ ଲାଭ ହେବ ?ଏହିପରି
ସାଧାରଣ ପ୍ରଶ୍ନ ପାଇଲୁ ଓ ଏହାର ଉତ୍ତର ଏହିପରି ଦେଲୁ ଯେ କିପରି ଏହା ତାଙ୍କ ପାଠ୍ୟ
ବିଷୟରେ ସାହାଯ୍ୟ କରିବ ,ସେମାନଙ୍କର ଲେଖିବା ଶୈଳୀ ରେ ଉନ୍ନତି ଆଣିବ,ସେମାନଙ୍କର କାମ
ପାଇଁ ବହୁତ ଗୁଡିଏ ଦର୍ଶକ ଆଣିଦେବ, ସେମାନଙ୍କ ଗବେଷଣାରେ ସାହାଯ୍ୟ କରିବ । ଯେହେତୁ ଏହା
ଏକ ଆନନ୍ଦଦାୟକ କାମ ଏହାର ଓଡ଼ିଆ ଉଇକିପିଡ଼ିଆ ଏବଂ ସମାଜ ଉପରେ ସାମାଜିକ ପ୍ରଭାବ ବିଷୟରେ
କହିଥିଲୁ । କମ୍ପୁଟର ନଥିବା ଯୋଗୁ ବ୍ୟବହାରିକ ସମ୍ପାଦନାଠାରୁ ମୌଖିକ ଆଲୋଚନା ଅଧିକ
ହୋଇଥିଲା ।
ପରବର୍ତ୍ତୀ ପଦକ୍ଷେପ
ଯୋଗଦେଇଥିବା ଛାତ୍ରମାନଙ୍କ ପରୀକ୍ଷା ପରେ ସେମାନଙ୍କୁ ସିଧାସଳଖ ସମ୍ପାଦନ ଓ ଅଧିକ ଜଣେଇବା
ପାଇଁ ଗୋଟିଏ ସମ୍ପୂର୍ଣ ସମ୍ପାଦନା କର୍ମଶାଳା ଆୟୋଜନ କରାଯିବ । ଆଞ୍ଚଳିକ ଉଇକିଆଳି
ସେମାନଙ୍କୁ ସହଯୋଗ କରିବେ । ଏ ଥର ଆମେ ନିଶ୍ଚିତ କରିବୁ ଯେ ଯେଉମାନେ କର୍ମଶାଳାରେ
ଯୋଗଦେବେ ସମସ୍ତେ ଯେମିତି କମ୍ପୁଟର ବ୍ୟବହାର କରିପାରିବେ । ପ୍ରକଳ୍ପ ପୃଷ୍ଠାର ବିଭିନ୍ନ
ପ୍ରସଙ୍ଗରେ କାମ କରିବା ପାଇଁ ଛାତ୍ରମାନଙ୍କୁ ୪ ଏପ୍ରିଲରେରେ ଇମେଲ ମାଧମରେ ଜଣାଇଦିଆଯାଇଛ
ଏବଂ ଉତ୍ସାହିତ କରାଯାଇଛି । ନୂଆ ସଭ୍ୟ ମାନଙ୍କ ଆଲୋଚନା ପୃଷ୍ଠାରେ ସ୍ଵାଗତ ସନ୍ଦେଶ
ଦିଆଯାଇଛି ଏବଂ ସଂଘ ସଭ୍ୟମାନେ ସେମାନଙ୍କ ସହ ଯୋଗାଯୋଗ କରିବେ ।
ଶିକ୍ଷା
- ଭେଷଜ ମହାବିଦ୍ୟାଳୟରେ, ଭେଷଜ ପ୍ରକଳ୍ପକୁ ସହଯୋଗ କରିବା ପାଇଁ କର୍ମଶାଳା କରିବା
ବହୁତ ଆନନ୍ଦ ଦାୟକ ଏବଂ ଏହାକୁ କରିବା କଥା ମଧ୍ୟ ।ବହୁତ ସମୟରେ ଆମେ କର୍ମଶାଳା କରିଥାଉ
କିନ୍ତୁ କଣ ସମ୍ପାଦନା କରିବେ ଆମେ ତାହା ସମ୍ପୂର୍ଣ ଭାବେ ନୂତନ ସଭ୍ୟମାନଙ୍କ ଉପରେ
ଛାଡିଦେଉ । ବେଳେବେଳେ ଏହା କାମକରେ, କିନ୍ତୁ ବେଳେବେଳେ ସେମାନେ ଜାଣିପାରନ୍ତି ନାହି ଯେ
କଣ ସମ୍ପାଦନା କରିବେ । ଗୋଟିଏ କର୍ମଶାଳା ମାଧ୍ୟମରେ ଗୋଟିଏ ନିର୍ଦ୍ଦିଷ୍ଟ ପ୍ରକଳ୍ପକୁ
ସମ୍ପାଦନା କରିବା ପାଇଁ ଉତ୍ସାହିତ କରିବା ବହୁତ ଫଳୋପଦାୟକ ।
- ଯେହେତୁ ସେମାନେ ଉଇକିପ୍ରକଳ୍ପ ସହିତ ସିଧାସଳଖ ଜଡିତ ହେଉଛନ୍ତି ତେଣୂ
ପୁରୁଖାସଭ୍ୟମାନଙ୍କ ସହ ସିଧାସଳଖ ଯୋଗାଯୋଗ ରଖିପାରୁଛନ୍ତି ଓ ସାହାଯ୍ୟ ମଧ୍ୟ ପାଉଛନ୍ତି ।
ଏହି କର୍ମଶାଳା ପାଇଁ କିଛି ବିଧିବଦ୍ଧ ଯୋଜନା କରାଯାଇନଥିଲା ଏବଂ ଯେହେତୁ ୨୧ଜଣ ଛାତ୍ର
ଉପସ୍ଥିତ ଥିଲେ ତେଣୁ ଏହା ବହୁତ ଭଲ, ସବୁ ଶେଷ ମୁହୂର୍ତ୍ତରେ ହୋଇଥିଲା । ଅଧିକ କହିବାକୁ
ଗଲେ ଆମେ ଚେଷ୍ଟାକରିବା ଓ ଯୋଜନା କରିବା ଯେମିତି ଏହିପରି କର୍ମଶାଳା ଅଧିକ ଆୟୋଜନ
ହୋଇପାରିବା ଏବଂ ଭାଗ ନେଉଥିବା ସଭ୍ୟମାନଙ୍କୁ ଓଡ଼ିଆ ଉଇକିପିଡ଼ିଆ ଏବଂ ଏହାର ଗଠନ ମୂଳକ
କାର୍ଯ୍ୟ ବିଷୟରେ ଲିଖିତ ଆକାରରେ ଦର୍ଶାଇବା ।
- ଶେଷରେ, ସମସ୍ତଙ୍କ ପାଇଁ ଗୋଟେ କମ୍ପୁଟର କିମ୍ବା ଲାପଟପ ଜରୁରୀ । ଯଦିବି ସମସ୍ତଙ୍କର
ଲାପଟପ ନାହିଁ, ଆମେ ନୂତନ ସଭ୍ୟ ମାନଙ୍କୁ ଉତ୍ସାହିତ କରିବା ଯେମିତି ସେମାନେ ଆସି ନିଜର
ଆକାଉଣ୍ଟ ଖୋଲିବେ ଏବଂ କିଛି ସିଧାସଳଖ ସମ୍ପାଦନା କରିବେ । ନୋହିଲେ ଏହା କେବଳ ମୌଖିକ
ଜ୍ଞାନ ହୋଇ ରହିଯିବ ।
ସାଧୁବାଦ
ଜ୍ଞାନରଞ୍ଜନ ସାହୁ
____________________
*
facebook.com/OdiaWiki
Tweet @OdiaWiki
*