ପ୍ରିୟ ବନ୍ଧୁ,
ଭୁବନେଶ୍ଵର ଠାରେ ଆସନ୍ତା ଉତ୍କଳ ଦିବସ (ଅପ୍ରେଲ ୧ ତାରିଖ) ଦିନ ଏକ କର୍ମଶାଳାର
ଆୟୋଜନ କରାଯାଉଅଛି । ଆପଣ ଏହି କର୍ମଶାଳାରେ ଯୋଗଦାନ କରି ଓଡ଼ିଆ ଉଇକିପିଡ଼ିଆର
ପ୍ରଚାର ଓ ପ୍ରସାରରେ ସାହାଯ୍ୟ କରିବେ ବୋଲି ଆଶା । ଆପଣ ଏହି କର୍ମାଶାଳା
ପରିଚାଳନାରେ ସହଯୋଗ କରିବା ସହ ନୂଆ ଉଇକିଆଳିମାନଙ୍କ ସମସ୍ୟା ସମାଧାନ କରିବାରେ
ସାହାଯ୍ୟ କରିପାରିବେ । କର୍ମଶାଳା ପୂର୍ବରୁ ନିଜର ସୁଚିନ୍ତିତ ମତାମତ ଜଣାଇବାକୁ
ଅନୁରୋଧ ।
କାର୍ଯ୍ୟସୁଚୀ:
ତାରିଖ:
୦୧ ଅପ୍ରେଲ ୨୦୧୨ (ରବିବାର), ପୂର୍ବାହ୍ନ ୧୦:୩୦ ଟା
ଠିକଣା:
ୱେବରେନ୍ସ ସଲ୍ୟୁସନ୍ସ ପ୍ରାଇଭେଟ ଲିମିଟେଡ଼,
ଇନଫୋସିଟି, ଗଲ୍ଫ କ୍ଳବ ନିକଟ
ପଟିଆ, ଭୁବନେଶ୍ୱର- ୭୫୧ ୦୧୦
ଧନ୍ୟବାଦ ସହ
ଓଡ଼ିଆ ଉଇକି ସଂଘ
''ଓଡ଼ିଆ ଉଇକିପିଡ଼ିଆ ଅନଲାଇନରେ ଓଡ଼ିଆ ଭାଷାର ଜ୍ଞାନକୋଷକୁ ଖୋଲା ଓ ମାଗଣାରେ
ଉପଲବ୍ଧ କରାଇବାର ଏକ ପ୍ରୟାସ ।
2nd BBSR Odia Wikipedia Workshop on 1st April 2012.
https://www.facebook.com/events/366609686703867