ବନ୍ଧୁଗଣ ସାଦର ପ୍ରଣାମ
ବନ୍ଧୁମିଳନର ବିବରଣୀରୁ ଲାଗୁଛି ଏଥର ମିଳନଟି ବହୁତ ଉପଯୋଗୀ ହେଇ ପାରିଛି। ୧୫ଜଣ
ଉଇକିପିଡିଆନ ଯୋଗଦେବା ବି ନିଶ୍ଚିତ ଭାବରେ ଗୋଟେ ବଡ ଉପଲବ୍ଧି। ଆଶା କରୁଛି ନୂତନ ସଭ୍ୟମାନେ
ଓଡିଆ ୱିକିକୁ ଆହୁରି ଆଗକୁ ନେବେ।
ଭ୍ହୁବନେଶ୍ବର ଫୋଟୋ ଯାତ୍ରାର ବିବରଣୀ ଆଉ ଛବିମାନଙ୍କୁ ଆପେକ୍ଷା ରହିଲା।
ଆଶୁତୋଷ
2011/10/10 Subhashish Panigrahi <psubhashish(a)gmail.com>
*ବିବରଣୀ | କଟକ, ୯ ଅକ୍ଟୋବର ୨୦୧୧
*ଓଡ଼ିଆ ଉଇକିପିଡ଼ିଆର ୭ମ କର୍ମଶାଳା କଟକ ଠାରେ ୯ ଅକ୍ଟୋବର ଦିନ ଅନୁଷ୍ଠିତ ହୋଇ ଯାଇଛି ।
ଏହା ଫେବ୍ରୁଆରି ପରଠୁ ଓଡ଼ିଆ ଭାଷାରେ ଅନଲାଇନ ଜ୍ଞାନକୋଷ ତଥା ଅନେକ ଖୋଲା ମାଧ୍ୟମ ପ୍ରକଳ୍ପର
ପ୍ରଚାର, ପ୍ରସାର ଓ ସଂଘ ନିର୍ମାଣ ଯୋଜନାର ଅନ୍ତର୍ଗତ । ଓଡ଼ିଆ ଭାଷାରେ ନାନାଦି ପ୍ରସଙ୍ଗର
ଅନଲାଇନ ନଥିକରଣ ନିମନ୍ତେ ଏକ ମାଗଣା ଜ୍ଞାନକୋଷ "ଉଇକିପିଡ଼ିଆ" ୨୦୦୨ ପରଠାରୁ ଉପଲବ୍ଧ ହୋଇ
ଆସୁଅଛି ଯାହାକି ଏକ ଉପଯୁକ୍ତ ସଂଘର ଅଭାବରେ ପାଖାପାଖି ୮ ବର୍ଷ ଅକାଳ ହୋଇ ପଡ଼ିରହିଥିଲା ।
ଫେବ୍ରୁଆରି ମାସରେ କେତେଜଣ ଓଡ଼ିଆଙ୍କ ପ୍ରଚେଷ୍ଟା ଯୋଗୁଁ ଏହା ପୁଣି ଥରେ ସଚଳ ହୋଇଛି ।
କଟକରେ ଅନୁଷ୍ଠିତ ଏହି ପ୍ରକାରର ୨ୟ କର୍ମଶାଳା ପୁରୀଘାଟ ସ୍ଥିତ ଇମେଜ ଇନଷ୍ଟିଚୁଟ ଅଫ
ମାନେଜମେଣ୍ଟ ଆଣ୍ଡ ସାଇନ୍ସରେ ଅନୁଷ୍ଠିତ ହୋଇଥିଲା । ଏଥିରେ ୧୫ ଜଣ ଉତ୍ସାହୀ କର୍ମୀ ଯୋଗ
ଦେଇ ଏହି ଶିକ୍ଷଣଭିତ୍ତିକ କର୍ମଶାଳାରୁ ଜ୍ଞାନ ଆହରଣ କରିଥିଲେ । ଏହି କର୍ମଶାଳାର ପ୍ରଥମ
ଭାଗରେ ସୁଭାସିସ ପାଣିଗାହି ଉଇକିପିଡ଼ିଆ ବାବଦରେ ସଂକ୍ଷେପରେ ଜଣାଇଥିଲେ ଓ ଜଣେ ବ୍ୟବହାରକାରୀ
କିପରି ଏକ ନୂଆ ପ୍ରସଙ୍ଗ ଲେଖିପାରିବ/ଆଗରୁଥିବା ପ୍ରସଙ୍ଗକୁ ଉନ୍ନତ କରିପାରିବ ଓ ଅଧିକରୁ
ଅଧିକ ବାହାର ଆଧାର ଦେଇ ଅଧିକ ପ୍ରମାଣଯୋଗ୍ୟ କରିପାରିବ ତାହା ବଟାଇଥିଲେ ।
କର୍ମଶାଳାର ଦ୍ଵିତୀୟ ସୁପରିଚିତ ଓଡ଼ିଆ ଭାଷାବିଦ ନଟବର ଶତପଥି, ଓଡ଼ିଆ ଭାଷା ଗବେଷକ ତଥା
ଓଡ଼ିଆ ବିଶ୍ୱବିଦ୍ୟାଳୟ କମିଟିର ସମ୍ପାଦକ ସୁବ୍ରତ ପୃଷ୍ଟି, ହ୍ୟୁମାନ ରିସୋର୍ସ
ଡେଭେଲପମେଣ୍ଟର ନିର୍ଦେଶକ ଡ. ଧନଦାକାନ୍ତ ମିଶ୍ର ଓ ସେହି ସଂସ୍ଥାର ଅନ୍ୟଜଣେ ପଦାଧିକାରୀ ଡ.
ମିଶ୍ର ଏଥିରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏଥିରେ ପୁରାତନ ଓ ଆଧୁନିକ ଓଡ଼ିଆରେ
ଭାଷାରେ ବର୍ଣ୍ଣ ଓ ଲିପିର ବ୍ୟବହାର, ଓଡ଼ିଆରେ ଅନଲାଇନରେ ନୂଆ ପ୍ରକଳ୍ପର ଅରମ୍ଭ ଆଦି ବାବଦରେ
ଆଲୋଚନା କରିଥିଲେ। ଏହି କର୍ମଶାଳାରେ ଉଇକିମିଡ଼ିଆ ଫାଉଣ୍ଡେସନ ତରଫରୁ ଉଇକିପିଡ଼ିଆର ବ୍ୟବହାର
ସମ୍ବନ୍ଧିତ ପ୍ରକାଶିତ ପୁସ୍ତିକା ବିତରଣ କରାଯାଇଥିଲା । ତାହାଛଡ଼ା ଓଡ଼ିଆ ଉଇକିଆଳିଙ୍କ ଲିଖିତ
ଏକ ବାରମ୍ବାର ପଚରାଯାଉଥିବା ପ୍ରଶ୍ନର ଉତ୍ତର ଓ ଓଡ଼ିଆରେ କମ୍ପୁଟରରେ ଟାଇପ କରିବାର ସବିଶେଷ
ସମ୍ବଳିତ ଆଉ ଏକ ପୁସ୍ତିକା ବାବଦରେ ଉପସ୍ଥିତ ଶ୍ରୋତାଙ୍କୁ ସଚେତିତ କରଯାଇଥିଲା ।
କମ୍ପୁଟରରେ ଇଉନିକୋଡ଼ ଓଡ଼ିଆରେ ଲେଖାଲେଖିରେ ଉପୁଜୁଥିବା ଅସୁବିଧା ଓ ତହିଁର ସମାଧାନ
ସମ୍ବନ୍ଧରେ ଏଠାରେ ଆଲୋଚନା ହୋଇଥିଲା । ତାହାସହିତ ଏକ ନୂଆ ପ୍ରକଳ୍ପ "ଓଡ଼ିଆ ଉଇକି ଅଭିଧାନ"
(ଓଡ଼ିଆରେ ଏକ ଅନଲାଇନ ଅଭିଧାନ ଯାହା
or.wiktionary.org ରେ ଉପଲବ୍ଧ)କୁ ଶ୍ରୋତାମାନାଙ୍କ
ସହ ପରିଚିତ କରଯାଇଥିଲା । ପାଠକ, ବ୍ୟବାହରକାରୀ ଓ ଦାତାମାନଙ୍କର ଆଗ୍ରହକୁ ଦେଖି ଭବିଷ୍ୟତରେ
ଓଡ଼ିଆ ଢଗଢମାଳି, ନୀତିକଥା, ପୁରାତନ ରଚନା ତଥା ଭଗବତ, ମହାଭାରତ ଆଦି ପୁରାଣସମୂହକୁ ମାଗଣାରେ
ଇଣ୍ଟରନେଟରେ ଉପଲବ୍ଧ କରାଇବାର ଯୋଜନା ମଧ୍ୟ ହାତକୁ ନିଆଯାଇଛି ।
ଓଡ଼ିଆ ଉଇକିପିଡ଼ିଆ ବାବଦରେ ବିଶେଷ ବିବରଣୀ
or.wikipedia.org ରୁ ମିଳିପାରିବ । ଏଠାରେ
ଜଣାଇ ଦିଆଯାଇପାରେ ଯେ ଓଡ଼ିଆରେ ଏଯାବତ
୧,୬୪୩<http://or.wikipedia.org/wiki/%E0%AC%AC%E0%AC%BF%E0%AC%B6%E0%AD%87%…
ଲେଖା ଅଛି ।
ଶୁଭକାମନା
*
ସୁ ଭା ସି ସ ପା ଣି ଗା ହି
**
S u b h a s i s a P a n i g a h i
**
ଓଡ଼ିଆ ଉଇକିପିଡ଼ିଆ
_______________________________________________
Wikipedia Odia (Oriya) mailing list
wikipedia-or(a)lists.wikimedia.org
https://lists.wikimedia.org/mailman/listinfo/wikipedia-or
facebook.com/OdiaWiki
Tweet @OdiaWiki
*
_______________________________________________
Wikipedia-OR mailing list
Wikipedia-OR(a)lists.wikimedia.org
https://lists.wikimedia.org/mailman/listinfo/wikipedia-or