ଆଦରର ଉଇକିଆଳିଗଣ,
ଭୁବନେଶ୍ଵରର ଏହି ରବିବାର ଆଉ ଏକ ଉଇକି-ସମ୍ପାଦନା ମେଳଣ ଅନୁଷ୍ଠିତ ହେଉଥିବାରୁ ମୁଁ ଖୁବ
ଆନନ୍ଦିତ, ତେବେ ଏଥି ପାଇଁ କିଛି ଛୋଟ ଅଭିମତ ମୁଁ ରଖୁଛି ଯାହା ଆପଣମାନଙ୍କୁ ଟିକେ ଅଧିକ
ସହଯୋଗ କରିବ!:
- ଉଇକିରେ ପୃଷ୍ଠାଟିଏ ଏଥିପାଇଁ ତିଆରି କରିଦିଅନ୍ତୁ, ଯଦି ସାମୁହିକ ଉଇକି ସମ୍ପାଦନା
କରିବାର ଯୋଜନା ଅଛି ତାହେଲେ "ଉଇକିପିଡ଼ିଆ:ମେଳଣ/ଓଡ଼ିଆ ଉଇକିପିଡ଼ିଆ ଗଣ-ସମ୍ପାଦନା ୧"
ନାମରେ ପୃଷ୍ଠାଟିଏ ଉଇକିରେ ତିଆରି କରନ୍ତୁ
- ପାଖାପାଖି ୧୦ ଜଣ ଉଇକିଆଳି ଏଥିରେ ଯୋଗ ଦେଉଥିବାରୁ, କେତୋଟି ନିର୍ଦ୍ଦିଷ୍ଟ ବିଷୟ
ପ୍ରତି ଧ୍ୟାନ ରଖିଲେ ଭଲ:
- ପ୍ରଥମେ ବ୍ୟକ୍ତି-ବ୍ୟକ୍ତି ଭିତରେ ଥିବା ବାଡ଼ ବତା ଭାଙ୍ଗିବାକୁ ଟିକେ ନିଜ ନିଜ
ପରିଚୟ ଦେଇ ସାଧାରଣ ଆଲୋଚନା କରିବେ ।
- କେହି ଜଣେ ପୁରୁଖା ସଭ୍ୟ ଆଗରୁ ଉଇକିରେ କଣ କଣ ହୋଇଛି ସେକଥା କହିବେ ।
- ଯେହେତୁ ନୂଆ ଉଇକିଆଳି ମାନେ ରହିଥିବେ ତେଣୁ ବେଶି ସମୟ ଉଇକି ବାବଦରେ ନ କହିଲେ ଭଲ ।
- ତେବେ ଆଜି ଆପଣ ମାନେ କଣ କରିବାକୁ ଯାଉଛନ୍ତି ସଂକ୍ଷେପରେ କହିବେ:
- ଆଜିର ମୂଖ୍ୟ ପ୍ରସଙ୍ଗ
- ଗଣ-ସମ୍ପାଦନା (ଏକାସାଙ୍ଗରେ ସବୁ ଉଇକିଆଳି ମିଶି ସମ୍ପାଦନା କରିବା)
- ଯଦି ଆଇ.ଜି. ପାର୍କରେ ଏହି ମେଳଣଟି କରିବା କଥା ଭାବୁଛ ତେବେ ସେହି ପାଖ ଆଖର କିଛି
ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଯଥା ଇନ୍ଦିରାଗାନ୍ଧୀ
ପାର୍କ<http://or.wikipedia.org/w/index.php?title=%E0%AC%87%E0%AC%A8%E0%AD…;redlink=1>,
ସଚିବାଳୟ<http://or.wikipedia.org/w/index.php?title=%E0%AC%B8%E0%AC%9A%E0%…;redlink=1>,
ଓଡ଼ିଶା ବିଧାନ
ସଭା<http://or.wikipedia.org/w/index.php?title=%E0%AC%93%E0%AC%A1%E0%AC%B…;redlink=1>,
ରାଜ୍ୟ ମୁଖ୍ୟ ଡାକଘର,
ଓଡ଼ିଶା<http://or.wikipedia.org/w/index.php?title=%E0%AC%B0%E0%AC%BE%E0%A…;redlink=1>,
ଜନପଥ<http://or.wikipedia.org/w/index.php?title=%E0%AC%9C%E0%AC%A8%E0%AC%…;redlink=1>,
ମାଷ୍ଟର କ୍ୟାଣ୍ଟିନ
ଛକ<http://or.wikipedia.org/w/index.php?title=%E0%AC%AE%E0%AC%BE%E0%AC%B7…
।
- କେହି ଜଣେ ଆଗରୁ ସେହି ସବୁର ଫଟୋ ଉଠାଇ ତାକୁ ଛୋଟ ସାଇଜର କରି ରଖିଥିବ, ଯାହାକୁ
କମନ୍ସରେ ଅପଲୋଡ଼ କରିପାରିବେ ।
- ନୂଆ ମାନଙ୍କୁ
ଚାଟସଭା<http://or.wikipedia.org/wiki/%E0%AC%89%E0%AC%87%E0%AC%95%E0%AC%BF…
ସୂଚନା ଦେବେ, ଶ୍ରୀକାନ୍ତ ଓ ଅଂଶୁମାନ ସେଥିର କାରିଗରି (ଟେକନିକାଲ) କାମ ସବୁର
ଧ୍ୟାନ ରଖିବେ, ଯାହା ଫଳରେ ସେଠାରେ ନୂଆ ମାନଙ୍କୁ ଆପଣମାନେ ତାହାର ବ୍ୟବହାର ଦେଖାଇପାରିବେ
।
- ୩-୪ ଜଣିଆ ଗୋଠ କରି ଗୋଟେ ଗୋଟେ ଲେଖା ପ୍ରସଙ୍ଗର ସମ୍ପାଦନା କରନ୍ତୁ, ଫଳରେ ଅଯଥା
ଦ୍ଵନ୍ଦକୁ ଏଡାଇ ଦିଆଯାଇପାରିବ । ଆଉ ଜଣେ ଯଦି ଏକ ପ୍ରସଙ୍ଗରେ ଉପକ୍ରମ ଲେଖୁଛି ଆଉ ଜଣେ
ସୂଚନା ଘର (Info box)ଟେ ଯୋଡୁ, ଆଉ ଜଣେ ଆଧାର ଖୋଜି ଯୋଡୁ, ସାମୁହିକ ଭାବେ ପ୍ରସଙ୍ଗର
ସାନ ସାନ ବିଭାଗରେ ମିଶି କାମ କରିପାରିବେ ଓ ୪-୫ ଟି ପ୍ରସଙ୍ଗର ସମ୍ପାଦନା ସେଠାରେ ହିଁ
ହୋଇପାରିବ ।
ଶୁଭାଶିଷ ରହିଲା, ଫଟୋ ଉଠାଇବେ ଆଉ ବାକିମାନଙ୍କ ଜାଣିବା ପାଇଁ ବିବରଣୀଟିଏ ବି ଦେବେ ।
-ସୁଭ