ଆଦରର ବନ୍ଧୁଗଣ,

ଗତ ମାସ ୧୬ ଓ ୧୭ ତାରିଖରେ ମୁଁ ଓ ବିଷ୍ଣୁବର୍ଦ୍ଧନ ଆକସେସ ଟୁ ନଲେଜର ବାର୍ଷିକ କାର୍ଯ୍ୟପନ୍ଥା ସ୍ଥିର କରିବା ନିମନ୍ତେ ଭୁବନେଶ୍ୱର ଓ କଟକରେ ଥିବା ଓଡ଼ିଆ ଉଇକିଆଳିମାନଙ୍କୁ ଭେଟିଥିଲୁ । କଟକରୁ ଶ୍ରୀକାନ୍ତ କେଡ଼ିଆ, କମଳାକାନ୍ତ ନାୟକ, ଶିଶିର ସାହୁ, ସମ୍ବିଧାନ ମହାନ୍ତି ଓ ଭୁବନେଶ୍ୱରରୁ ଡା. ସୁବାସ ରାଉତ, ଜ୍ଞାନରଞ୍ଜନ ସାହୁ, ଶିତିକଣ୍ଠ ଦାଶ, ମନୋରଞ୍ଜନ ବେହେରା, ଗୋର୍ବାଚୋଭ ପୋଥାଳ, ଶୈଳେଶ ପଟ୍ଟନାୟକ ଓ ମନୋଜ ସାହୁକାର ପ୍ରମୁଖ ଏହି ଦୁଇ ଆଲୋଚନା-ଆସରରେ ଆମେ ନାନାଦି ଅସୁବିଧା ସମ୍ଭନ୍ଧରେ ଆଲୋଚନା କରିବା ସ‌ହିତ ସମ୍ଭାବିତ ପ୍ରକଳ୍ପ ତ‌ଥା ନୂଆ ପ୍ରକଳ୍ପାଅଦି ବାବଦରେ ସଭିଙ୍କୁ ପଚାରି ବୁଝିଥିଲୁ । ଏହି ଆଲୋଚନା ପରେ ଆମେ ଓଡ଼ିଆ ଉଇକିପିଡ଼ିଆର ବିକାଶ ଓ ଅଧିକ ନୂଆ ସଭ୍ୟମାନଙ୍କୁ ଏହି ପ୍ରକଳ୍ପେ ପରିସରକୁ ଆଣିବା ପାଇଁ ଏକ ବାର୍ଷିକ ଯୋଜନା (http://or.wikipedia.org/s/f7i) ପ୍ରସ୍ତୁତ କରିଛୁ । ଏହି ଯୋଜନାର ଓଡ଼ିଆ ଉଇକିପିଡ଼ିଆର ଅସୁବିଧାଗୁଡ଼ିକ ଆଲୋଚନା କରାଯାଇଛି ଓ କି କି ସ‌ହ‌ଯୋଗ ସମ୍ପାଦକଗଣ ଲୋଡ଼ୁଛନ୍ତି ତାହା ବର୍ଣ୍ଣନା କରାଯାଇଛି । ଶେଷରେ ଆଲୋଚିତ ଅସୁବିଧା, ଆବଶ୍ୟକ‌ତା ଓ ଦୁଇଟି ଆଲୋଚନା-ଆସରରେ ଆଲୋଚିତ ନାନାଦି ବିଷ‌ୟକୁ ବିଚାରକୁ ନେଇ କିଛି ସମ୍ଭାବିତ ପ୍ରକଳ୍ପ ବାବଦରେ ବର୍ଣ୍ଣନା କରାଯାଇଛି । ଦ‌ୟାକରି ଏହି ଲିଙ୍କ‌କୁ (http://or.wikipedia.org/s/f81) ଯାଇ ନିଜ ନିନର ନିଜ ନିଜର ମତାମତ ବାଢ଼ିବା ସ‌ହିତ କିପରି ଏହି ଯୋଜନାକୁ କାମରେ ଲଗାଯିବ ସେ ବାବଦରେ ଆଲୋଚନା କରନ୍ତୁ ।

ଏଥି ସ‌ହିତ ଏହି ବାର୍ଷିକ ଯୋଜନା ସୁଚାରୁରୂପେ ପରିଚାଳିତ ହେଉଛି କି ନାହିଁ ତାହାର ତଦାରଖ କରିବା ପାଇଁ ଏକ ତିନି/ଚାରିଜଣିଆ କମିଟି ଗଠନ କରିବା ପାଇଁ ମୁଁ ପ୍ରସ୍ତାବ ବାଢ଼ୁଛି । ଓଡ଼ିଆ ଉଇକିଆଳିମାନେ ଆଲୋଚନା ସଭାରେ (http://or.wikipedia.org/wiki/WP:VP) ଆଲୋଚନା ମାଧ୍ୟମରେ ନିଜ ମଧ୍ୟରୁ ତିନି-ଚାରି ଜଣଙ୍କୁ ବାଛି ପାରିବେ ଯେଉଁମାନେ ଏହି ଯୋଜନା ବାବଦରେ ତିନିମାସିକ ଏକ ତଦାରଖ ବିବରଣୀ ଦେବେ କି "ଆକ୍ସେସ ଟୁ ନଲେଜ" ଏହି ବାର୍ଷିକ ଯୋଜନାକୁ କିପରି କାର୍ଯ୍ୟକାରୀ କରୁଛି ।

--
ସୁଭାସିସ ପାଣିଗାହି
ଆକସେସ ଟୁ ନଲେଜ
ସେଣ୍ଟର ଫର ଇଣ୍ଟରନେଟ ଏଣ୍ଡ ସୋସାଇଟି, ନୂଆ ଦିଲ୍ଲୀ
@psubhashish