ଆଦରର ଉଇକିଆଳିଗଣ,

ଉଇକିମିଡ଼ିଆ ଫାଉଣ୍ଡେସନରେ ଯୋଗ ଦେଲା ପରେ ପ୍ରଥମ ଥର ମୁଁ ଆପଣ ସଭିଙ୍କ ସଙ୍ଗେ ସୌଜନ୍ୟମୂଳକ ଆଲୋଚନା କରୁଛି ଏହି ଲେଖା ଦେଇ । ଓଡ଼ିଆ ଉଇକିପିଡ଼ିଆ ୨,୨୬୦ ପ୍ରସଙ୍ଗ ଟପିଲା, ୧୦ ମାସର ସଙ୍ଘ ନିର୍ମାଣ (ଏପ୍ରିଲରେ ପ୍ରଥମ ଭୁବନେଶ୍ୱର କର୍ମଶାଳା ପରଠାରୁ ଏବେ ଯାଏଁ) ଭିତରେ ଆମେ ଅନେକ ନୂଆ ଉଇକିଆଳିଙ୍କୁ ଭେଟିଛୁ ଆଉ ଅନେକ ଉଚ୍ଚ ମାନର ପ୍ରସଙ୍ଗ ଲେଖା ହୋଇଛି । ତେବେ ଏତକ ଦିନ ଭିତରେ ଯାହା ହୋଇପାରିଛି ଓ ହୋଇପାରିନାହିଁ ତାହା ମୁଁ ସଭିଙ୍କ ଚିନ୍ତାର ପରିସର ଭିତରକୁ ଆଣିବାକୁ ଚାହେଁ ।

ସଫଳତା


ଉଇକିଆଳିଙ୍କ ପାଇଁ କେତୋଟି ମୁଖ୍ୟ ଲକ୍ଷ

  • କର୍ମଶାଳା/ମେଳଣରେ ନୂଆମାନଙ୍କୁ ଉଇକିଆଳିଗଣ ଠିକ ଭାବରେ ଉଇକିପିଡ଼ିଆର ମହତ୍ଵ ବୁଝାଇପାରିନାହାନ୍ତି, ଯାହା ଫଳରେ ସେମାନେ ଏଥିରେ ସମ୍ପାଦନା କରୁନାହାନ୍ତି ।
  • କର୍ମଶାଳା ପରେ ସେଥିରେ ଯୋଗଦେଇଥିବା ବ୍ୟକ୍ତିମାନେ ଏଥିରେ ସମ୍ପାଦନା କରୁଛନ୍ତି କି ନାଁ ତାହା ଉପରେ କେହି ଧ୍ୟାନ ଦେଉନାହାନ୍ତି, ତେଣୁ ଏକ କର୍ମଶାଳାରେ ଯୋଗ ଦେଇ ଫେରୁଥିବା ଲୋକେ ଥରେ କିମ୍ବା ଦୁଇଥର ଉଇକିପିଡ଼ିଆ ସମ୍ପାଦନା କଲାପରେ ଯାହା ସବୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହାର ସମାଧାନର ବାଟ ପାଉ ନାହାନ୍ତି । ସେହି କ୍ଷେତ୍ରରେ ସେହି ବ୍ୟବହାରକାରୀମାନେ ଆଉ ଉଇକିପିଡ଼ିଆ ସମ୍ପାଦନାକୁ ଗୁରୁତ୍ଵ ଦେଉନାହାନ୍ତି ।

ପ୍ରଥମଟି ଅପେକ୍ଷା ଦ୍ଵିତୀୟଟି ମୋତେ ବେଶି ଅସୁବିଧାଜନକ ବୋଧହୁଏ, କାରଣ ଅଧିକାଂଶ ବ୍ୟକ୍ତି ତଳଲିଖିତ ପ୍ରଶ୍ନର ଉତ୍ତର ନ ପାଇଲା ଯାଏଁ କେବେ ଉଇକିପିଡ଼ିଆ ସମ୍ପାଦନା କରିବାକୁ ସେତେ ଦରକାର ମଣିବେ ନାହିଁ:

  1. ମୁଁ କାହିଁକି ଓଡ଼ିଆ ଉଇକିପିଡ଼ିଆ ସମ୍ପାଦନା କରିବି?
  2. ଏହା କଲେ ମୋର କଣ ଲାଭ ହେବ?
  3. ଏହା ଓଡ଼ିଆ ଭାଷା ପାଇଁ କେମିତି ଲାଭଦାୟକ ହେବ?
  4. ଏକ ଲୋକମାନଙ୍କର କି କି କାମରେ ଆସିବ?

ମୁଁ ତଳେ ଏହି ସବୁ ପ୍ରଶ୍ନ ଯାହା ଯେକୌଣସି ସାଧାରଣ ଲୋକ ମନରେ ଉଙ୍କିମାରିବ ତାହାର ଉତ୍ତର ଦେଉଛି:

ମୁଁ କାହିଁକି ଓଡ଼ିଆ ଉଇକିପିଡ଼ିଆ ସମ୍ପାଦନା କରିବି? ଓଡ଼ିଆରେ ବହୁବିଧ ବିଷୟବସ୍ତୁ, ପ୍ରବନ୍ଧ ଆଦି ଲେଖା ହୋଇଥିଲେ ହେଁ ସେସବୁ ହୁଏତ:

  • ଏକ ପକ୍ଷପାତର ଶୀକାର ହୋଇଥାଇପାରନ୍ତି, କାରଣ ସାଧାରଣତ ଜଣେ ଲେଖକ ଦେଇ ଲିଖିତ ଲେଖାରେ ସେହି ଲେଖକର ନିଜର ମତ ବାସ୍ତବ ତଥ୍ୟ ସହ ଗୋଳି ହୋଇ ରହିଥାଏ ଯାହା ଫଳରେ ପାଠକ ଜାଣତରେ ବା ଅଜାଣତରେ କିଛି ତଥ୍ୟ ପାଇବାରୁ ବଞ୍ଚିତ ହୋଇଥାଏ ବା କିଛି ଅଦରକାରୀ ତଥ୍ୟ ଆହରଣ କରିଥାଏ, ଉଇକିପିଡ଼ିଆରେ ତଥ୍ୟମାନ ବହୁ-ସମ୍ପାଦକଙ୍କ ଦେଇ ସମ୍ପାଦିତ ହୋଇଥାଏ, ନିରପେକ୍ଷ ବିଚାରକୁ ନେଇ ଲିଖିତ ହୋଇଥାଏ ଓ ବାରମ୍ବାର ବଦଳାଯାଇଥାଏ, ସବୁରି ଉପରେ ଏଥିରେ ମନଗଢ଼ା ଘଟଣାବଳି ବଦଳରେ ଆଗରୁ ପ୍ରକାଶିତ କୌଣସି ଆଧାରରେ ପ୍ରସଙ୍ଗର ସମ୍ପାଦନା କରାଯାଇଥାଏ ଯାହା ତଥ୍ୟର ସଠିକତାକୁ ବହୁଗୁଣିତ କରିଥାଏ । ତେଣୁ ଆପଣ ଏହି ଜ୍ଞାନକୋଷର ସମ୍ପାଦନା କରି ତଥ୍ୟଗତ ଜ୍ଞାନକୁ ଖୋଲାରେ ସଭିଙ୍କ ପାଖରେ ଓଡ଼ିଆରେ ପହଞ୍ଚାଇବାରେ ସହଯୋଗ କରୁଛନ୍ତି ।

ଏହା କଲେ ମୋର କଣ ଲାଭ ହେବ?

  1. ଆପଣଙ୍କ ଲିଖନ ଶୈଳୀ ଉନ୍ନତ ହେବ, ହୁଏତ ନାନାଦି କାରଣରୁ ଆପଣ ଲେଖିବାକୁ ଚାହୁଁଥିବା/ଆଗ୍ରହୀଥିବା ଅନେକ ପ୍ରସଙ୍ଗ ବାବଦରେ କେବେ ଲେଖିପାରି ନଥିବେ ଯାହା ଉଇକିପିଡ଼ିଆରେ ଆପଣ ଅଧିକ ବିଶଦ ଭାବରେ ଲେଖିପାରିବେ ।
  2. ଆପଣଙ୍କର ଗବେଷଣା କରିବାର ଅଭିଜ୍ଞତା ବଢ଼ିବ ।
  3. ଯେହେତୁ ନାନାଦି ଆଧାର ଖୋଜି ଲୋଡ଼ି ଆପଣ ପ୍ରସଙ୍ଗଟିର ସମ୍ପାଦନା କରିବେ, ତାହା ଆପଣଙ୍କର ଲେଖାକୁ ବହୁମୁଖୀ କରିବ ।

ଏହା ଓଡ଼ିଆ ଭାଷା ପାଇଁ କେମିତି ଲାଭଦାୟକ ହେବ?ଏକ ଲୋକମାନଙ୍କର କି କି କାମରେ ଆସିବ?

  1. ଓଡ଼ିଆ ଭାଷାରେ ଅନେକ ତଥ୍ୟଗତ ପ୍ରସଙ୍ଗ ଏକ ଖୋଲା ଭୂମିରେ ଯାହାକୁ ଜଗତର ଯେକୌଣସି ସ୍ଥାନରେ ଥାଏ ଜଣେ ଖୋଲାରେ ପଢ଼ିପାରିବ, ବିତରଣ କରିପାରିବ ଓ ଲାଭଜନକ/ଅଣଲାଭକାରି (Commercial, non-commercial) କାମରେ ଲଗାଇପାରିବ ।
  2. ଅନେକ ଉପଯୋଗି ବିଷୟବସ୍ତୁର ଓଡ଼ିଆରେ ନଥିକରଣ (Documentation) ହୋଇପାରିବ ।
  3. ଓଡ଼ିଆରେ ଅଧିକ ତଥ୍ୟ ଇଣ୍ଟରନେଟରେ ଉପଲବ୍ଧ ହେଲେ ଗୁଗଲ, ଫେସବୁକ ଓ ଅନେକ ସାଇଟରେ ଓଡ଼ିଆ ଭାଷା ସଚଳ ହୋଇପାରିବ ଯାହା ଆମ ପାଇଁ ତଥା ଆମ ପର ପିଢ଼ି ପାଇଁ କାମରେ ଆସିବ ।
  4. ଭାଷା ଠାରୁ ଦୂରେଇଯାଉଥିବା ଅନେକ ଲୋକ ଓଡ଼ିଆରେ ଇଣ୍ଟରନେଟରେ ଏହାର ବ୍ୟବହାର ସମ୍ବନ୍ଧରେ ଅବଗତ ହୋଇ ପୁଣିଥରେ ଭାଷାର ବିକାଶରେ ସହଯୋଗ କରିବେ ।
  5. ବିଦେଶରେ ଥିବା ଅନେକ ଓଡ଼ିଆ, ଓଡ଼ିଆ ଭାଷାରେ ଅନେକ ତଥ୍ୟ ସମ୍ବନ୍ଧରେ ପଢ଼ିପାରିବେ, ଉଇକିପିଡ଼ିଆର ସହଯୋଗୀ ପ୍ରକଳ୍ପ ଉଇକିଅଭିଧାନ, ଉଇକିପାଠାଗାର (WikiSource), ଉଇକିକଥା (WikiQuote) ଆଦି ମଧ୍ୟ ଓଡ଼ିଆ ଭାଷା ଓ ଚଳଣିର ଭଣ୍ଡାର ହୋଇ ପ୍ରବାସୀ ଓଡ଼ିଆଙ୍କୁ ସାହାଯ୍ୟ କରିବ ।

ସୁଧୀଜନେ, ଦୟାକରି ଏହା ବାବଦରେ ଆପଣଙ୍କ ମତ, ଅଭିମତ ତଳେ ଥିବା ଧାଡ଼ିରେ ଦିଅନ୍ତୁ ଯାହାକୁ ନେଇ ଆମେ କିଛି ନୂଆ ପ୍ରକଳ୍ପ ଆଗକୁ ଆରମ୍ଭ କରିବା, କେତୋଟି ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ମୁଁ ଆପଣମାନଙ୍କ ଠାରୁ ଶୁଣିବାକୁ ଚାହେଁ:



ଦୟାକରି http://or.wikipedia.org/wiki/WP:VP କୁ ଯାଇ ନିଜର ମତ ଦିଅନ୍ତୁ 
 
ନିବେଦନର ସହ
ସୁଭ